
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ବନ୍ୟାରେ ୭ ଲକ୍ଷ ପ୍ରଭାବିତ । ପ୍ରବଳ ବର୍ଷା, ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି । କଚାର, ଲକ୍ଷ୍ମୀପୁର ଏବଂ ନାଗାଓଁ ଜିଲ୍ଲାରେ ୨ ଶିଶୁଙ୍କ ସମେତ ୪ ଜଣଙ୍କର ବନ୍ୟା ଜଳରେ ବୁଡ଼ିଯାଇ ମୃତ୍ୟୁ ହୋଇଛି। ଆସାମର ବିଭିନ୍ନ ଜିଲ୍ଲାରେ ବନ୍ୟା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ୭ ଜଣ ଏବେ ବି ନିଖୋଜ ଅଛନ୍ତି।
ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଆସାମର ୨୯ ଜିଲ୍ଲାରେ ୭.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ନାଗାଓଁରେ ୩.୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୮୦,୩୬,୯୦ ହେକ୍ଟର ଚାଷଜମି ଏବଂ ୨,୨୫୧ ଗ୍ରାମ ଏବେ ଜଳମଗ୍ନ। ୭୪,୭୦୫ ବନ୍ୟା ପ୍ରଭାବିତ ଲୋକଙ୍କୁ ୨୩୪ ରିଲିଫ୍ କେନ୍ଦ୍ରରେ ରଖାଯାଇଛି।