
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ଅରୁଣାଚଳର ପର୍ଶୁରାମ କୁଣ୍ଡକୁ ରେଳ ସଂଯୋଗ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେପଟେ ପର୍ଶୁରାମ କୁଣ୍ଡ ହେଉଛି ଋଷି ପର୍ଶୁରାମଙ୍କୁ ଅର୍ପିତ ହିନ୍ଦୁ ତୀର୍ଥସ୍ଥଳୀ। ଏହା ଲୋହିତ ନଦୀର ତଳମୁଣ୍ଡରେ ବ୍ରହ୍ମପୁତ୍ର ‘ପ୍ଲେଟ୍ୟୁ’ରେ ଅବସ୍ଥିତ। ଆଜି ଅମିତ ଶାହ କହିଛନ୍ତି, ରେଳପଥ ମାଧ୍ୟମରେ ଆମେ ପର୍ଶୁରାମ କୁଣ୍ଡକୁ ସଂଯୋଗ କରିବୁ। ସମଗ୍ର ଅରୁଣାଚଳ ପ୍ରଦଶେରେ ଆମେ ଅନେକ ରାସ୍ତାର ନେଟ୍ୱାର୍କ କରି ସୁଦୂର ଅଞ୍ଚଳ ସବୁକୁ ସଂଯୋଗ କରିଛୁ।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଅମିତ ଶାହ ଭଗବାନ ପର୍ଶୁରାମଙ୍କର ୫୧ ଫୁଟ୍ ଉଚ୍ଚ କାଂସ୍ୟ ପ୍ରତିମା ସ୍ଥାପନ ଲାଗି ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନାମସାଇ ଜିଲ୍ଲାରେ ଥିବା ‘ସ୍ବର୍ଣ୍ଣିମ ପାଗୋଡ଼ା’ ପରିଦର୍ଶନ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।