୭୬ତମ ସ୍ୱାଧୀନତା ଦିବସ; ନ୍ୟାସନାଲ ୱାର ମେମୋରିଆଲରେ ପହଞ୍ଚି ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୭୬ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନ୍ୟାସନାଲ ୱାର ମେମୋରିଆଲରେ ପହଞ୍ଚି ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ୩ ସେନାର ମୁଖ୍ୟ ମଧ୍ୟ ଏଠାରେ ପହଞ୍ଚି ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।ଏହା ପୂର୍ବରୁ ୧୪ ତାରିଖ ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ।

୧୭ ମିନିଟରେ ସମ୍ବୋଧନରେ ରାଷ୍ଟ୍ରପତି କହିଥିଲେ କି ଦେଶର ମାଟି କେବଳ ଗଣତନ୍ତ୍ର ସହ ଯୋଡି ହୋଇନି ବଂର ବେଶ ସମୃଦ୍ଧ ମଧ୍ୟ ଅଟେ । ଆମ ପାଖରେ ଯାହା କିଛି ରହିଛି ସେସବୁ ମାତୃଭୂମିର ଦାନ ଅଟେ । ଏଥିପାଇଁ ଦେଶର ସୁରକ୍ଷା, ପ୍ରଗତି ଓ ସମୃଦ୍ଧି ପାଇଁ ଦେଶବାସୀ ସଂକଳ୍ପ ନିଅନ୍ତୁ । ଦେଶ ବିକାଶ ଓ ନୂଆ ଭାରତ ଆଡକୁ ଅଗ୍ରସର ହେଉଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କଲ୍ୟାଣକାରୀ ଯୋଜନା ଦେଶକୁ ନୂଆ ଦିଗ ଆଡକୁ ନେଉଛି । କଠିନ ସ୍ଥିତିରେ ମଧ୍ୟ ଭାରତ ସରକାର ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସଫଳ ହୋଇନ୍ତି ।

Related Posts