ଆନ୍ଧ୍ରାବ୍ୟାଙ୍କ କ୍ୟାସିୟର ହତ୍ୟା ମାମଲା , ୮ଅଭିଯୁକ୍ତ ଗିରଫ

ସତ୍ୟପାଠ ବ୍ୟୁରୋ : ଆନ୍ଧ୍ରବ୍ୟାଙ୍କ କ୍ୟାସିୟର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଗଂଜାମ ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତ ୮ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ପ୍ରେମ ବ୍ୟାପାରକୁ ନେଇ ଧରାକୋଟ ମୁଣ୍ଡମରାଇ ଆନ୍ଧ୍ରବ୍ୟାଙ୍କ କ୍ୟାସିୟର ବିନୟ କୁମାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ମୃତ ବିନୋଦଙ୍କର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ଥିଲା । ତେବେ ପ୍ରେମ ବ୍ୟାପାରକୁ ନେଇ କିଛି ଦୁବୃର୍ତ୍ତ ବିନୋଦଙ୍କୁ ପାହାଡ ପାଖକୁ ଡାକି ନେଇ ନିର୍ଦ୍ଧୁମ ଛେଚିଥିଲେ । ପରେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା । ତାହାକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିବା ବେଳେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୮ଅଭିଯୁକ୍ତଙ୍କୁ ଗିରଫ କରିଛି ।

Related Posts