ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ସତ୍ୟପାଠ ବ୍ୟୁରୋ : କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଯଥାକ୍ରମେ କଂଗ୍ରେସ ଓ ବିଜେପି ଦଳ ଛାଡିବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

ଏହି କ୍ରମରେ ହାତ ଛାଡି ଶଙ୍ଖ ଧରିଥିବା ନବ କିନ୍ତୁ ଇସ୍ତଫା ଦେଇ ନଥିଲେ । ଆଶା କରାଯାଉଥିଲା ନିର୍ବାଚନ ପୂର୍ବରୁ ନବ ଦାସଙ୍କୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଖାଲି ପଡିଥିବା କୌଣସି ପଦ ମିଳିପାରେ । କିନ୍ତୁ ସେ ଆଜି ଇସ୍ତଫା ଦେବା ପରେ ଏହି ଚର୍ଚ୍ଚାର ଅନ୍ତ ହୋଇଛି । ଜାନୁଆରୀ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ନବ ଦାସ । ପରେ ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ବେଳେ ସେ ବିଜେଡିରେ ଯୋଗଦେଇଥିଲେ ।

Related Posts