ବନ୍ଦ ହେଲା ହୀରାକୁଦର ଜଳଭଣ୍ଡାରର ୮ଟି ଗେଟ୍‌; ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହୀରାକୁଦର ଜଳଭଣ୍ଡାରର ୮ଟି ଗେଟ୍‌ ବନ୍ଦ ହୋଇଛି । ବର୍ତ୍ତମାନ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱରେ ୧୮ଟି ଏବଂ ଡାହାଣ ପାଶ୍ୱରେ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଖବର ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ପରେ ଜଳଭଣ୍ଡାରରେ ପର୍ଯ୍ୟାୟ କ୍ରମେ ୩୪ଟି ଗେଟ୍‌ ଖୋଲାଯାଇଥିଲା । ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମହାନଦୀର ଶାଖା ନଦୀ ଗୁଡ଼ିକରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷର ପରିମାଣ ସାମାନ୍ୟ କମିଛି। ସମ ପରିମାଣରେ ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି । ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ୮ଟି ଗେଟ୍‌ ବନ୍ଦ କରାଯାଇଛି । ବର୍ତନ୍ ମୋଟ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ତେବେ ହୀରାକୁଦରେ ଗେଟ୍‌ ବନ୍ଦ ହେବା ପରେ ତଳିଆ ଅଞ୍ଚଳବାସୀଙ୍କର ବନ୍ୟା ଆଶଙ୍କା ସାମାନ୍ୟ ହ୍ରାସ ପାଇଛି। ମହାନଦୀରେ ବନ୍ୟା ନେଇ ଯେଉଁ ଆଶଙ୍କା ବଢିଥିଲେ । ସେଥିରେ କିଛି ସମୟ ପାଇଁ ବିରାମ ଲାଗିଥିବା ଅନୁମାନ କରାଯାଉଛି ।

Related Posts