
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ରୁ ବାଦ ପଡୁନାହାନ୍ତି ପଶୁ । ମଣିଷ ସମାଜକୁ ମହାମାରୀ ଅଣନିଶ୍ବାସୀ କରିଥିବା ବେଳେ ଜଙ୍ଗଲର ରାଜାକୁ କରିଛି ଘାଇଲା । ଦେଶରେ ପ୍ରଥମ ଥର ସିଂହ ଦେହରେ ଚିହ୍ନଟ ହୋଇଛି କୋରୋନା ଭୂତାଣୁ । ହାଇଦ୍ରାବାଦ ସ୍ଥିତ ନେହୁର ଜୁଲୋଜିକାଲ ପାର୍କରେ ୮ ସିଂହ ସଂକ୍ରମିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନ ଉତ୍ସରୁ ଜାଣିବାକୁ ମିଳିଛି ଯେ ଏହି ସଂହମାନଙ୍କୁ କରୋନା ହୋଇଛି ବୋଲି ସନ୍ଦେହ ଉପୁଜିବା ପରେ ସେମାନଙ୍କର ଆର୍ଟି-ପିସିଆର୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଛି।ସିଂହମାନେ କରୋନା ଆକ୍ରାନ୍ତ କି ନୁହେଁ ଜାଣିବା ପାଇଁ ସେଣ୍ଟର୍ ଫର୍ ସେଲୁଲାର୍ ଓ ମଲେକୁଲାର୍ ବାୟୋଲୋଜି(ସିସିଏମ୍ବି)କୁ ନମୁନା ଦିଆଯାଇଥିଲା। ସିସିଏମ୍ବି ଫୋନ୍ ଯୋଗେ ସିଂହଗୁଡ଼ିକ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ । ଏହି ସଂକ୍ରମଣ ମାନବ ଶରୀରରୁ ସେମାନଙ୍କ ଶରୀରକୁ ସଂକ୍ରମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ସିସିଏମ୍ବି ଅଧିକ ଅନୁସନ୍ଧାନ କରିବ। କେବଳ ସେତିକି ନୁହେଁ, କରୋନା ପ୍ରଭାବରେ ସିଂହମାନଙ୍କର ଫୁସ୍ଫୁସ୍ ପ୍ରଭାବିତ ହୋଇଛି କି ନାହିଁ ଜାଣିବା ପାଇଁ ସେମାନଙ୍କର ସିଟି ସ୍କାନ୍ କରାଯିବ।ସେମାନଙ୍କୁ ଯଥାଶୀଘ୍ର ଔଷଧ ଦେଇ ଭଲ କରାଯିବା ସହତ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବୈଜ୍ଞାନିକମାନେ ସୂଚାଇ ଦେଇଛନ୍ତି। ପଶୁମାନଙ୍କ ଦେହେରେ କରୋନା ସଂକ୍ରମଣ ନେଇ କୌଣସି ଖବର ନଥିଲା । ତେବେ ହଂକଂର କୁକୁର ଏବଂ ବିଲେଇମାନଙ୍କଠାରେ କରୋନା ଜୀବାଣୁ ଦେଖିବାକୁ ମିଳିଥିଲ ।