
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲକଡାଉନ୍ ସମୟରେ ଆହାର କେନ୍ଦ୍ର ଖୋଲା ରହିବ। ଗହଳି କମ୍ କରିବା ପାଇଁ ଲୋକମାନେ ଏଠାରୁ ସାଙ୍ଗରେ ଖାଦ୍ୟ ନେଇପାରିବେ । ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବ୍ୟବହାର କରାଯିବନାହିଁ । ପଲିଥିନ ବଦଳରେ ଟିଫିନ୍ ବାକ୍ସ ସାଥିରେ ନେଇ ଯିବାକୁ ପଡିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଏବଂ ପୌର ପରିପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ରଲେଖି ଅବଗତ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାନୁମତେ ରାଜ୍ୟରେ ଆହାର କେନ୍ଦ୍ରଗୁଡିକ ଖୋଲା ରହିବ । ଯେଉଁମାନେ ଆହାର କେନ୍ଦ୍ରକୁ ଆସିବେ ସେମାନେ ସେଠାରେ ଖାଇବା ବଦଳରେ ସାଙ୍ଗରେ ଖାଦ୍ୟ ନେଇ ଯାଇାପାରିବେ । ଆହାର କେନ୍ଦ୍ରରେ ଯେଭଳି କୋଭିଡ୍ ମାର୍ଗଦର୍ଶିକା କଡାକଡି ଭାବେ ପାଳନ ହେବ ସେ ଦିଗରେ ନୋଡାଲ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । କେତେ ଲୋକ ସାଙ୍ଗରେ ଖାଦ୍ୟ ନେଉଛନ୍ତି ତାହାର ହିସାବ ରଖିବା ସହିତ ଲକ୍ଡାଉନ୍ ସମୟରେ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ଖାଦ୍ୟ ଯେଭଳି ନଷ୍ଟ ନହୁଏ ସେଥିପାଇଁ ମିଲ୍ ପ୍ରସ୍ତୁତ କରିବାକୁ କୁହଯାଇଛି ।