ବାପାର ଚାପୁଡ଼ା ମାଡରେ ୮ ବର୍ଷ ପୁଅର ମୃତ୍ୟୁ !

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ହାବେଳି ଜେନା ସାହିରେ ଘଟିଛି ଏକ ଦୁଃଖଦ ଘଟଣା । ବାପାଙ୍କ ଚାପୁଡ଼ା ମାଡରେ ଚାଲିଯାଇଛି ୮ ବର୍ଷ ପୁଅର ଜୀବନ ।

ସୂଚନାଯୋଗ୍ୟ ଯେ, ଏହି ଗାଁର ସୁନାକର ଜେନାଙ୍କ ୮ ବର୍ଷର ପୁଅ ଦେବନ୍ କୁ ଜ୍ଵର ହୋଇଥିଲା l ଗୁରୁବାର ସନ୍ଧ୍ୟାରେ ସୁନାକର ପୁଅ ପାଇଁ କିଛି ଔଷଧ ଆଣିଥିଲେ l ଦେବନ ଔଷଧ ନ ଖାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ସୁନାକର ଦେବନ୍ । ଫଳରେ ପୁଅକୁ ଦୁଇ ଚାପୁଡ଼ା ମାରିଥିଲେ l ରାତି ପ୍ରାୟ ୧୨ଟା ବେଳକୁ ଦେବନ୍ ଅଧିକ ଅସୁସ୍ଥ ହୋଇ ପଡିଥିଲା l ସୁନାକର ଦେବନ୍ କୁ ସ୍ଥାନୀୟ ଇନ୍ଦୁପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ l ସେଠାରେ ଡାକ୍ତର କିଛି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ l ତେବେ ସକାଳୁ ଦେବନ୍ ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା l ଏନେଇ ସୁନାକରଙ୍କ ବଡ ଭାଇ ପ୍ରଫୁଲ୍ଲ ଜେନା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି l ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts