ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ହକି ବିଶ୍ବକପ୍‌ ପୂର୍ବରୁ କମିଶନରେଟ୍‌ ପୁଲିିସ୍‌ ସକ୍ରିୟ ହୋଇଛି । ତେବେ ଗତ ମଙ୍ଗଳବାର କମିଶନରେଟ୍‌ ପୁଲିସ୍‌ ସ୍ପେଶାଲ୍‌ ଡ୍ରାଇଭ କରି ୯ ଲକ୍ଷ ୬ ଶହ ଟଙ୍କା ଫାଇନ୍‌ କରିଥିଲା । ତେବେ ଏହି ସ୍ପେଶାଲ୍‌ ଡ୍ରାଇଭରେ ଟ୍ରାଫିକ୍‌ ପୁଲିସ୍‌ ସର୍ବାଧିକ ୮ ଲକ୍ଷ ୧୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା । ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏହି ସ୍ପେଶାଲ୍‌ ଡ୍ରାଇଭ୍‌ ଆରମ୍ଭ ହୋଇଥିଲା ।

ତେବେ ଗୋଟିଏ ଦିନରେ ୧୮୨ ଜଣ ମଦୁଆଙ୍କ ଠାରୁ ୯୧ ହଜାର, କୋଟପା ଆକ୍ଟରେ ୨୧ ଜଣଙ୍କଠାରୁ ୨୬ ଶହ ଟଙ୍କା, ମୋଟର ଭେହିକିଲ ଆକ୍ଟରେ ୧୦ ଜଣଙ୍କୁ ୫ ହାଜର ଟଙ୍କା ଜରିମାନା କରାଯାଇଥିଲା ।

ସେପଟେ ଟ୍ରାଫିକ୍‌ ଥାନା-୧ ଓ ୨ ବେଆଇନ୍‌ ପାର୍କିଂ ପାଇଁ ୧୧ ଜଣଙ୍କ ଠାରୁ ସାଢ଼େ ୫ ହଜାର ଟଙ୍କା , ଟ୍ରାଫିକ୍‌ ପୁଲିସ୍‌ ମୋଟର ଭେହିକିଲ ଆକ୍ଟରେ ୭୦୧ ଜଣଙ୍କ ଠାରୁ ୭ ଲକ୍ଷ ୯୮ ହଜାର ଫାଇନ୍‌ କାଟିଥିଲା ବେଳେ ୧୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା ।