ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୩ ମସିହା ଜାନୁୟାରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନକୁ ବନ୍ଦ୍ ରଖାଯିବ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ଏହି କୁମ୍ଭୀର ଗଣନା କରିବେ।
ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ପ୍ରାୟ ୧୧ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ତେବେ ଗତବର୍ଷ ଗଣନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି।