
ପାଟନା(ସତ୍ୟପାଠ ବ୍ୟୁରୋ): ରେଳବାଇ ନିଯୁକ୍ତିରେ ଅନୀୟମିତତା କଥା ସାମ୍ନାକୁ ଆସିବା ପରେ ବିହାରରେ ଛାତ୍ରମାନଙ୍କ ବିରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ଛାତ୍ରମାନେ ଉକ୍ତତ୍ୟ ହୋଇ ଗୋଆ ଜଙ୍କସନରେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଏହା ସହ ଏକ ଖାଲି ଟ୍ରେନକୁ ଜାଳି ଦେଇଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ସେପଟେ ରେଳବାଇ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ଛାତ୍ରମାନେ ପଥର ଫିଙ୍ଗିଥିବାର ଅଭିଯୋଗ ହୋଇଛି । ଖବୁ କମ ସମୟରେ ହଜାର ହାଜର ଛାତ୍ର ଏକାଠି ହୋଇଥିଲେ । ଫଳରେ ପରିସ୍ଥିତି ଅଣାୟତ୍ତ୍ୱ ହୋଇ ପଡ଼ଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀମାନେ ଛାତ୍ରମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଗୁଳି ମାରିଥିଲେ ।
ଅନ୍ୟପଟେ ଛାତ୍ରମାନଙ୍କ ବିରୋଧ ଆଜି ତୃତୀୟ ଦିନରେ ପହଞ୍ଚିଛି । ଏନେଇ ଗୋଆ ଏସଏସପି ଆଦିତ୍ୟ କୁମାର ମଧ୍ୟ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଛାତ୍ରମାନେ କାହା ଦ୍ୱାରା ଭ୍ରାନ୍ତ ହେବା ଉଚିତ୍ ନୁହେଁ। ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ମାମଲାକୁ ଯାଞ୍ଚ କରିବା ପାଇଁ ରେଳବାଇ ଏକ କମିଟି ଗଠନ କରିଛି । ଏହି ଘଟଣାରେ କିଛି ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି । ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଆ ଏସଏସପି ଆଦିତ୍ୟ କୁମାର କହିଛନ୍ତି ।