‘ଜେଜେଙ୍କ ଗପଗଣ୍ଠିଲି’ ପୁସ୍ତକ ପାଇଁ ଯୁଗଳ କିଶୋର ଷଡଙ୍ଗୀ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର, ୨୩/୦୬ (ସତ୍ୟପାଠ ବ୍ୟୁରୋ): ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ ‘ଜେଜେଙ୍କ ଗପଗଣ୍ଠିଲି’ (କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି | ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ପୂର୍ବରୁ ୨୦୨୨ରେ ନରେନ୍ଦ୍ର ପ୍ରସାଦ ଦାସ, ୨୦୨୧ରେ ଦିଗରାଜ ବ୍ରହ୍ମା, ୨୦୨୦ରେ ରାମଚନ୍ଦ୍ର ନାୟକ, ୨୦୧୯ରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ୨୦୧୮ରେ ବୀରେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ଓଡ଼ିଆ ଶିଶୁ ସାହିତ୍ୟିକଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

Related Posts