ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳିକରି ହତ୍ୟା ମାମଲା: ୧୦ ଶିକାରୀ ଗିରଫ

ଭୁବନେଶ୍ୱର, ୨୪/୦୬ (ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳିକରି ହତ୍ୟା ମାମଲାରେ ମୟୂରଭଞ୍ଜ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତମାନେ ସମସ୍ତେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲ୍ ବେଡା ଗ୍ରାମର ବୋଲି ଜଣା ପଡିଛି l ସେମାନେ ହେଲେ ତୁରୀ କାଣ୍ଡେୟାନ (୩୦), ରାମାଇ କାାଣ୍ଡେୟାନ(.୬୧),ମୋରା ହୋ (୪୩) ମାଣିକରାମ କାଣ୍ଡେୟାନ (୪୩), ଗୋପବନ୍ଧୁ କାଣ୍ଡେୟାନ (୩୨), ଦିଲ୍ଲିପ କାଣ୍ଡେୟାନ (୨୫) , ରାମ ସିଂ ଗୁନ୍ଦୁଆ (୩୪), ସିଙ୍ଗ ହୋ (୩୨), ଗମେୟା ହୋ ୨୫ ଏବଂ ଚମ୍ପାଇ ହୋ (୨୬) l ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ , ୨ଟି ଧନୂତୀର ସହିତ ବାଉଁଶ ଲାଠି ଜବତ ହୋଇଛି। ଏ ନେଇ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି l

ଏଠାରେ ସୂଚନା ଯୋଗ୍ୟ ଯେ,ଗତ ୧୬ ତାରିଖରେ ବିଳମ୍ବିତ ରାତ୍ରରେ ଶିମିଳିପାଳ ଅଭ୍ୟାୟରଣ ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବନବିଭାଗ ଓ ଶିକାରୀ ମୁହାଁମୁଁହି ହୋଇଥିଲେ। ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଫରେଷ୍ଟର ମାଥି ହାଁସଦା ଶହୀଦ୍ ହୋଇଥିଲେ l ଏହି ଘଟଣାର ୮ ଦିନ ପରେ ମୟୂରଭଞ୍ଜ ପୁଲିସ ୧୦ଜଣଙ୍କୁ ଗିରଫ କରିଛି l ଏ ପ୍ରସଙ୍ଗରେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବାଟୁଲା ଗଙ୍ଗାଧର ଏକ ସମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ପୁଲିସ ଓ ବନବିଭାଗ ପକ୍ଷରୁ ୬ଟି ସ୍ୱତନ୍ତ୍ର ଅପରେସନ୍ ଟିମ୍ ଗଠନ କରି ଶୀକାରୀମାନଙ୍କୁ ଧରିବା ଲାଗି କମ୍ବିଂ ଅପରେସନ୍ ଜାରି ରହିଥିଲା। ଏହି ମାମଲା ବ୍ୟତୀତ ଆଉ ଏକ ଚଢାଉରେ ପୁଲିସ କେବଳ ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ଏସପି କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ଠାରୁ ବନ ବିଭାଗ ସହିତ ପୁଲିସ ମିଶି ଜଙ୍ଗଲର ସୁରକ୍ଷା କରିବ ବୋଲି ଏସପି କହିଥିବା ବେଳେ ଏହି ଘଟଣା ସହିତ ଆଉ ଅଧିକ ଲୋକ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ର ତଦନ୍ତ ଚାଲୁ ରହିଛି ବୋଲି ଏସପି କହିଛନ୍ତି l

ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ୨୫ଦିନ ବ୍ୟବଧାନରେ ଜଣେ ଫରେଷ୍ଟ ଗାର୍ଡ ଏବଂ ଜଣେ ଫରେଷ୍ଟର ଶିକାରୀ ଗୁଳିରେ ପ୍ରାଣ ହରାଇବା ଘଟଣା କୁ ରାଜ୍ୟ ଠୁ ଆରମ୍ଭ କରି ଜାତୀୟ ସ୍ତରରେ ଶିମିଳିପାଳ ସୁରକ୍ଷା ଏବଂ ବନ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସରକାର ଏ ବାବଦରେ ଶିକାରୀଙ୍କୁ ଦମନ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି l

Related Posts