ଟାଟା ପାୱାରକୁ ଓଇଆରସିର ତାଗିଦ୍‌, ଭିତ୍ତିଭୂମି ପାଇଁ ଦିଆଯାଇଥିବା ଟଙ୍କାର ହେବ ତୃତୀୟ ପକ୍ଷ ଅଡିଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ଦେଖାଦେଇଥିବା ବିଦ୍ୟୁତ୍‌ ବିଭ୍ରାଟ ଆସନ୍ତା ବର୍ଷ ଯେପରି ପୁଣି ଦିଖା ନଦିଏ ସେନେଇ ଏହି ଟାଟା ପାୱାରକୁ ଓଇଆରସି ତାଗିଦ୍‌ କରିଛି। ଟାଟା ପାୱାରର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା ପରେ ଓଇଆରସି ତାଗିଦ୍‌ କରିଛି। ଏନେଇ ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ଭିତ୍ତିଭୂମି କାମ ନିର୍ଦ୍ଧିଷ୍ଟ ସମୟ ଭିତରେ ସାରିବାକୁ କିଛି ନିର୍ଦେଶ ଦିଆଯାଇଛି। ଆଗକୁ ପ୍ରତି ମାସ ବରିଷ୍ଠ ଅଧିକାରୀ ବିଭିନ୍ନ ଡ଼ିସକମ ବୁଲି ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ। ଭିତ୍ତିଭୂମି ପାଇଁ ଦିଆଯାଇଥିବା ୧୯ ଶହ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ ହେବ। ଓଇଆରସିର ନିରୀକ୍ଷଣରେ ଏହି ଅଡିଟ ହେବ। ଭିତ୍ତିଭୂମି ପାଇଁ ୫ ବର୍ଷରେ ୫ ହଜାର ୬୦୦ କୋଟି ଟଙ୍କା ଟାଟା ପାୱାରକୁ ଦିଆଯିବ। ଏହା ମଧ୍ୟରୁ ଟାଟା ପାୱାର ୧୯୦୦ କୋଟି ଟଙ୍କା ଟାଟା ପାୱାର ଖର୍ଚ୍ଚ କରିଛି।

ଅନ୍ୟପଟରେ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି, କାଳବୈଶାଖୀ ଯୋଗୁଁ ବାରମ୍ବାର ପାୱାର ଟ୍ରିପ ହୋଇଛି। ଚଳିତ ବର୍ଷ ୨୩୭ଟି କାଳବୈଶାଖୀ ହୋଇଛି। ସିଷ୍ଟମରେ ସୁଧାର ପାଇଁ ଆମେ ଚେଷ୍ଠା କରୁଛୁ। ଆସନ୍ତା ବର୍ଷକୁ ନେଇ ଆମକୁ ଯାହା ଟାସ୍କ ଦିଆଯାଇଛି ସେ ନେଇ କାମ କରିବୁ। ଭିତ୍ତିଭୂମିକୁ ନେଇ ମଧ୍ୟ ଆମେ କାର୍ଯ୍ୟ କରୁଛୁ। ସରକାର ଦେଇଥିବା ଟଙ୍କାକୁ ବିଭିନ୍ନ ଓଭର ଲୋଡ଼କୁ ନେଇ ଆମର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Related Posts