ଏଏସ୍ଓ ପରୀକ୍ଷା ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁରବାର ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର (ଏଏସଓ) ଶୁଣାଣି ଶେଷ ହୋଇଛି। ଏଏସଓ ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ ହୋଇଛି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ଖାରଜ କରିଥିଲେ ହାଇକୋର୍ଟ। ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ। ଚ୍ୟାଲେଞ୍ଜ କରି ପରୀକ୍ଷାର୍ଥୀ ମାନେ ୨ଟି ମାମଲା କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନଥିବାରୁ ରିଟ୍‌ ପିଟିସନ କରିଥିଲେ।

ସୂଚନା ଯୋଗ୍ୟ , ଗତ ମେ ୧୯ ରେ ଏଏସଓ ମେରିଟ୍‌ ଲିଷ୍ଟ ଖାରଜ ହୋଇଥିଲା। ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଓପିଏସସିର ମେରିଟ୍‌ ଲିଷ୍ଟ ଖାରଜ କରିଥିଲେ ହାଇକୋର୍ଟ। ୨ ମାସ ମଧ୍ୟରେ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୭୯୬ଟି ଏଏସଓ ପଦବୀ ପାଇଁ ଗତବର୍ଷ ଅଗଷ୍ଟରେ ପରୀକ୍ଷା ହୋଇଥିଲା।

Related Posts