କଂଗ୍ରେସରୁ ନିଲମ୍ବିତ ହେଲେ ଚିରଞ୍ଜୀବ ଓ ମୋକିମ୍‌

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ନିଲମ୍ବିତ ହେଲେ ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ | ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ସେହିପରି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମଧ୍ୟ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ପକ୍ଷରୁ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍‌ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।

ତେବେ ପୂର୍ବରୁ ଉଭୟ ନେତା କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ତେବେ ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ନେତା । ହେଲେ ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା କହିଛି ଏଆଇସିସି ଡିସିପ୍ଲିନାରୀ ଆକ୍ସନ କମିଟି । ତେଣୁ ଉଭୟଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ତାରିକ ଅନୱର ଏକ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛନ୍ତି |

Related Posts