ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ବିଜେଡି ସାଂସଦ ସୁଲତା ଦେଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ବ । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ । ବର୍ତ୍ତମାନ ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି ସୁଲତା ଦେଓ । ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ସୁଲତା ନିଯୁକ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାଂସଦ ସୁଲତା ଦେଓ ତାଙ୍କ ରାଜନୈତିକ କ୍ୟାରିୟର ସରପଞ୍ଚରୁ ଆରମ୍ଭ କରିଥିଲେ ।୨୦୦୨ ମସିହାରେ ବରୀର ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ହୋଇଥିଲେ ସୁଲତା । ପରେ ୨୦୦୭ରେ ଜିଲ୍ଲା ପରିଷଦ ଜୋନ (୩୬)ରୁ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ । ୨୦୧୨ରୁ ୨୦୧୩ ଯାଏଁ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଥିଲେ ।

ପରେ ବିଜେଡିର ମୁଖପାତ୍ର ଭାବେ ୨୦୧୬ରୁ ୨୦୧୮ ଯାଏଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ୨୦୧୮ରେ ତାଙ୍କୁ ବିଜେଡି ସୁଲତାଙ୍କୁ ଦୁଇ ଦୁଇଟି ପଦବୀ ଦେଇଥିଲା । ବିଜେଡି ମୁଖପାତ୍ର ସହ ରାଜ୍ୟ ବିଜୁ ମହିଳା ଜନତା ଦଳର ସମ୍ପାଦିକା ଥିଲେ । ୨୦୨୦ ମସିହାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହିତ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇଥିଲେ । ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଏହାସହ ତାଙ୍କୁ ବିଜୁ ଜନତା ଦଳର ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି ।

Related Posts