୪ କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ତଥା ବାରିପଦା ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୋଟିଏ କି ଦୁଇଟି ନୁହେଁ ବରଂ ଏକ ସାଙ୍ଗରେ ଚାରି ଚାରି ଟି ବାଘ ଛାଲ ଜବତ କରିଛି ବନ ବିଭାଗ।ବାରିପଦା ବନଖଣ୍ଡ ଅଧିନରେ ଥିବା ଡୁକୁରା ରେଞ୍ଜ ର ବହଳଦା ଗାଁ ରେ ଆଜି ବନ ବିଭାଗ ଚଢାଉ କରି ଏକ ସାଙ୍ଗରେ ଚାରି ଟି କଲରାପତରିଆ ବାଘ ଛାଲ ଜବତ କରିଛି।

ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡ଼ିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର ବଛା ବଛା ଅଫିସର ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଥିଲା। ସ୍ଵତନ୍ତ୍ର ଟିମ ଚଢାଉ କରି ଏହି ବାଘ ଛାଲ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ।

ଏନେଇ ସୂଚନା ଦେଇ ବାରିପଦା ଡିଏଫଓ କହିଛନ୍ତି ଯେ, ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଏହି ଚଢାଉ କରା ଯାଇଥିଲା। ଗିରଫ ବ୍ୟକ୍ତିମାନେ ବହଳଦା ଗାଁର ହୋଇଥିବା ବେଳେ ବନ ବିଭାଗ ଏହି ଘଟଣାରେ ତଦନ୍ତ ଜାରି ରଖିଛି। ତେବେ ଗିରଫ ବ୍ୟକ୍ତିମାନେ ନିଜେ ବାଘ ଶିକାର କରିଛନ୍ତି ନା ନାହିଁ ସେନେଇ ସ୍ପଷ୍ଟ ହୋଇନଥିବାବେଲେ, ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପଚରାଉଚରା ଜାରି ରହିଛି ବୋଲି ବାରିପଦା ଡିଏଫଓ କହିଛନ୍ତି।

Related Posts