ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ବଦଳିଲା ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ଲୋଗୋ । ଏଣିକି ଲୋଗୋରେ ନୀଳ ପକ୍ଷୀ ଜାଗାରେ ଦେଖାଯିବ ଇଂରାଜୀ ଅକ୍ଷର X (ଏକ୍ସ) । ଏହାଛଡ଼ା ଟୁଇଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏଣିକି ୱେବସାଇଟରେ X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ଏହାର ମାଲିକ ଏଲନ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ଆପକୁ ଏକ୍ସ ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି । ଏବେ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧୀନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍ କମ୍ପାନୀ ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ୨୦୨୨ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ଟେସଲାର ମାଲିକ ଏଲନ ମସ୍କ ।





