ଏସପିଙ୍କ କାର୍ଯ୍ୟାଳୟ ପରିସରରେ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ!

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଳି ଫୁଟି କୋରାପୁଟରେ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ଅସାବଧାନତାବଶତଃ ଗୁଳି ଫୁଟିଛି ନା, ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଗୁରୁତର ଆହତ ପୁଲିସ କର୍ମଚାରୀ ନରେନ୍ଦ୍ର ବିଶ୍ବାଳଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ଏସପି, ଡିଆଇଜି ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।

କିନ୍ତୁ ଅବସ୍ଥାରେ ଅବନତି ଦେଖାଯିବା ପରେ ସ୍ବତନ୍ତ୍ର ଆମ୍ବୁଲାନସ ଯୋଗେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ସାଢ଼େ ୧୧ଟା ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଗୁଳି ନରେନ୍ଦ୍ର ବିଶ୍ବାଳଙ୍କ ବାଜି ବାମ ପଟ ମୁହଁରେ ଗୁରୁତର ଆଘାତ ଲାଗିଛି। ସେ ଡେପୁଟି ସୁବେଦାର ଶ୍ରେଣୀ ଅଧିକାରୀ ଭାବେ କାମ କରୁଛନ୍ତି।
ପୁଲିସ ପକ୍ଷରୁ ସ୍ପଷ୍ଟ କରାଗଲେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ।

Related Posts