ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ସଂସଦରେ ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି କଲା ବିଜେଡି। ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ ।କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି।

୨୦୧୯ରୁ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ରଖିଥିଲା ବିଜେଡି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଏହି ବିଲ୍ ପାରିତ ପାଇଁ ଦାବି କରିଆସୁଛନ୍ତି । ତେଣୁ ଏହି ବିଲକୁ ସଂସଦରେ ତୁରନ୍ତ ପାରିତ କରାଯାଉ ବୋଲି ଆମେ ଦାବି କରୁଛୁ ବୋଲି ସସ୍ମିତ କହିଛନ୍ତି। ସେପଟେ ସସ୍ମିତଙ୍କ ଦାବିକୁ ଗୃହରେ ଖୁବ୍ ପ୍ରଶଂସା କରିଛନ୍ତି ରାଜ୍ୟସଭା ସଭାପତି ଜଗଦୀପ ଧାନଖଡ଼ ।

Related Posts