ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି, ଆକଳନ ପରେ ଆସିବ କ୍ଷୟକ୍ଷତି ରିପୋର୍ଟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଟଳିଛି ବନ୍ୟା ସ୍ଥିତି । ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ନିକଟରେ ଏକ ମଧ୍ୟମ ଧରଣର ବନ୍ୟା ହୋଇଛି । ଯାହା କିଛି କ୍ଷତି ହୋଇଛି, ଆକଳନ ପରେ ତାହାର କ୍ଷୟକ୍ଷତି ରିପୋର୍ଟ ଆସିବ । ଆଜି ରାଜ୍ୟର ବନ୍ୟା ସ୍ଥିତି ନେଇ ଏପରି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ସେହିପରି ସମ୍ଭାବ୍ୟ ବନ୍ୟା ଓ ସରକାରଙ୍କ ପ୍ରସ୍ତୁତି ନେଇ ମୁଖ୍ୟ ସଚିବ କହିଛନ୍ତି ଯେ, ସବୁ ବର୍ଷା ଯେ ବନ୍ୟା କରିବ, ତାହା କୁହାଯାଇପାରିବ ନାହିଁ ।ନଦୀ ବି ବଞ୍ଚିବାକୁ ପଡ଼ିବ । ବେଶୀ ବର୍ଷା ହେଲେ ବନ୍ୟା ସମ୍ଭାବନା ରହେ । କିନ୍ତୁ ସେ ଦିଗରେ ସରକାର ସଚେତନ ଅଛନ୍ତି । OSDMA ସବୁବେଳେ ସତର୍କ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ବ୍ୟବସ୍ଥା କରାଯିବାର କଥା, ତାହା କରାଯାଇଛି । ଆମେ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

Related Posts