ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏସ୍‌ଆଇଆର ପ୍ରକ୍ରିୟା ବିରୋଧରେ ଆସନ୍ତା ୨୩ ତାରିଖରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ନିର୍ମଳା ସୀତାରମଣଙ୍କ ସ୍ବାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପରକାଲା ପ୍ରଭାକର ଏଥିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ସେ ‘ପିପୁଲ ଏଗେନ୍‌ଷ୍ଟ ଏସଆଇଆର’ ମେଣ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏବଂ ଅଭିନେତା ପ୍ରକାଶ ରାଜଙ୍କ ସହ ମଞ୍ଚରେ ରହିବେ । ଏହି ଆନ୍ଦୋଳନ ଜରିଆରେ ଏସ୍‌ଆଇଆର୍ ପ୍ରକ୍ରିୟାକୁ ରଦ୍ଦ କରିବା ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି।

ପ୍ରଭାକର ଟ୍ଵିଟ୍ କରି, ୨୩ ଅକ୍ଟୋବର ୨୦୨୬ରେ ‘ହର ଗଲି ମେ ଜନ୍ତରମନ୍ତର’ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଜନତାଙ୍କ ଅଭିଯାନ’ ବୋଲି ଆହ୍ବାନ ଦେଇଛନ୍ତି । ଏହି ମଞ୍ଚରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଚାଷୀ ନେତା ରାକେଶ ଟିକାୟତ, ଆଇସା ସଭାପତି ନେହା ବୋରା ଏବଂ ଲେଖକ ତୁଷାର ଗାନ୍ଧୀ ଉପସ୍ଥିତ ରହିବେ | ‘ଇଣ୍ଡିଆ’ ମେଣ୍ଟର ଦଳଗୁଡ଼ିକୁ ଏଥିରେ ସାମିଲ ହେବାକୁ ହେବାକୁ ଅପିଲ କରାଯାଇଥିଲେ ଥିଲେ ମଧ୍ୟ ସେମାନଙ୍କ ଯୋଗଦାନ ନେଇ ସ୍ପଷ୍ଟ ହୋଇନାହିଁ।

ଏହାପୂର୍ବରୁ ଅକ୍ଟୋବର ୮ରେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ହୋଇଥିବା ପ୍ରତିବାଦରେ ମଧ୍ୟ ପ୍ରଭାକର, ୟୁଟ୍ୟୁବର ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ସହ ସାମିଲ ହୋଇଥିଲେ । ନିଜ ପତ୍ନୀ ବିଜେପି ସହ ସହ ଦୀର୍ଘ ଦିନ ଧରି ରହିଛନ୍ତି ଏପରିକି ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ ମଧ୍ୟ, ପ୍ରଭାକର ସରକାରଙ୍କ ଆର୍ଥିକ ନୀତି ଓ ଗଣତାନ୍ତ୍ରିକ ସଂସ୍ଥାର ଦୁର୍ବଳତାକୁ ନେଇ ସବୁବେଳେ ସମାଲୋଚନା କରିଆସିଛନ୍ତି। ପ୍ରଭାକର ୨୦୦୯ରେ ଚିରଞ୍ଜୀବୀଙ୍କ ପ୍ରଜା ରାଜ୍ୟମ୍ ପାର୍ଟିରେ ଥିଲେ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ଯୋଗାଯୋଗ ପରାମର୍ଶଦାତା ଥିଲେ । ବର୍ତ୍ତମାନ ସିଜେପି ପକ୍ଷରୁ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ଥିବା ବେଳେ ଏହି ନୂଆ ମେଣ୍ଟ ପୁଣି ଥରେ ଆନ୍ଦୋଳନ ବ୍ୟାପକ କରିବାକୁ ଚେଷ୍ଟା କରୁଛି ।