ସଂପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରେନ୍

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପୁଣି ବିରୋଧୀ ମେଣ୍ଟକୁ ଝଟକା । ରାଜ୍ୟସଭାର ମୌସୁମୀ ଅଧିବେଶନରୁ ବାଦ ପଡ଼ିଲେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍ ଓବ୍ରେନ୍ । ପ୍ରଥମେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ପରେ ଆଜି ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ଟିଏମସି ସାଂସଦ। ଆପତ୍ତିଜନକ ବ୍ୟବହାର ପାଇଁ ତାଙ୍କୁ ରଜ୍ୟସଭା ଅଧ୍ୟକ୍ଷ ବା ଉପ-ରାଷ୍ଟ୍ରପତି ଜଗଦୀପ୍ ଧନକଡ ବାକି ରହିଥିବା ମୌସୁମୀ ଅଧିବେଶନରୁ ତାଙ୍କୁ ସ୍‌ସପେଣ୍ଡ କରିଛନ୍ତି ।ଏହାକୁ ଟିଏମସି ସାଂସଦମାନେ ଜୋରଦାର ହଙ୍ଗାମା କରିଛନ୍ତି ।

ସୋମବାର ରାଜ୍ୟସଭାରେ ଦିଲ୍ଲା ସେବା ବିଲ୍ ପାରିତ ହେବା ସମୟରେ ନାଟକୀୟଭାବେ ଆପତ୍ତଜନକ ବ୍ୟବହାର ଦେଖାଇଥିବା ଅଭିଯୋଗ ଲଗାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ୍ ଧନକଡ । ତୃଣମୂଳ କଂଗ୍ରେସର ସଦସ୍ୟ ଗୃହରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସେବା ବିଲକୁ ସୀମିତ ରଖିବାକୁ ମନା କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଏବଂ ଅଭଯୋଗର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ରଖିଥିଲେ । ଏହାକୁ ନେଇ ଅଧ୍ୟକ୍ଷ ଜଗଦୀପ୍ ଧନକଡ୍ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ନିଲମ୍ବିତ କରିଛନ୍ତି ।

ସେପଟେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି । ସାଂସଦ ଗୌରବ ଗୋଗୋଇ ପ୍ରସ୍ତାବ ଉପସ୍ଥାପନ କରି ଆରମ୍ଭରୁ କେନ୍ଦ୍ର ସରକାର ଉପରେ ହମଲା କରିଛନ୍ତି । ମଣିପୁରରେ ହିଂସା ଓ ମହିଳାଙ୍କୁ ବିବସ୍ତ୍ର ମାମଲାରେ କଂଗ୍ରେସ ଟାର୍ଗେଟ୍ କରିଛି । ଗୋଟିଏ ପରେ ଗୋଟିଏ ଅଭିଯୋଗ ଉପସ୍ଥାପନା କରିବା ସହିତ ମଣିପୁରରେ ଡବଲ ଇଞ୍ଜିନ ସରକାରର ବିଫଳତା ବଖାଣୁଛନ୍ତି । ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ ବିଜେପିକୁ ୬ଘଣ୍ଟା ୪୧ ମିନିଟ୍ ଏବଂ କଂଗ୍ରେସକୁ ମିଳିବ ୧ଘଣ୍ଟା ୧୫ ମିନିଟ୍ ମିଳିଛି । ସେହିପରି ବିଜୁ ଜନତା ଦଳକୁ ୧୬ ମିନିଟ ସମୟ ମିଳିଛି। ସମୁଦାୟ ଚର୍ଚ୍ଚା ପ୍ରାୟ ୧୨ ଘଣ୍ଟା ଚାଲିବ । ଆଜି ଏବଂ ଆସନ୍ତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। ଏହାପରେ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ ।

Related Posts