ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ସ୍କୁଲରେ ନାମ ଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ। ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ।ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର କାର୍ଡ ପ୍ରସ୍ତୁତ କରି ଜମା କରିପାରିବେ। କିଛି ସ୍କୁଲର ପ୍ରଧାନ ଶିକ୍ଷକ ଆଧାର କାର୍ଡ ଦାବି କରୁଥିଲେ।ଯାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଆଡମିଶନ ପରେ ଆଧାର କାର୍ଡ ନଥିଲେ ପ୍ରଧାନଶିକ୍ଷକ ସମନ୍ବୟ ରକ୍ଷା କରି କିପରି ଶୀଘ୍ର ଆଧାର କାର୍ଡ ତିଆରି ହେବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।





