‘କଂଗ୍ରେସକୁ ବିରୋଧ କରି ବିଜେଡିର ସୃଷ୍ଟି, ତେଣୁ କଂଗ୍ରେସ ଆଣିଥିବା ଅନାସ୍ଥାକୁ ଆମେ ସମର୍ଥନ କରିପାରିବୁ ନାହିଁ’: ପିନାକୀ ମିଶ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର | ପିନାକୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି | ତେଣୁ କଂଗ୍ରେସ ଦଳ ଆଣିଥିବା ଅନାସ୍ଥାକୁ ଆମେ ସମର୍ଥନ କରିପାରିବୁ ନାହିଁ | ଅନାସ୍ଥାକୁ ବିରୋଧ କରିବାର ମଧ୍ୟ ଅନ୍ୟାନ୍ୟ କାରଣ ରହିଛି |

ସେ କହିଛନ୍ତି ଯେ, ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ | କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି | କୌଣସି କେନ୍ଦ୍ର ସରକାର | ରାଜ୍ୟର ଶତ ପ୍ରତିଶତ ଦାବି ପୂରଣ କରିବା ଅସମ୍ଭବ | ଏହା ପଛରେ ଅର୍ଥନୈତିକ ବାଧ୍ୟ ବାଧକତା ଥାଇ ପାରେ | ହେଲେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି | ନିକଟରେ ଗୃହମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଲୋକପ୍ରିୟ କହିଛନ୍ତି | ସଂଘୀୟ ବ୍ୟବସ୍ଥାରେ ଆମ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ଠିକ୍‌ ହୋଇନି | ଏହା ଦ୍ୱାରା ସମୟ ଅପଚୟ ହେବ, ପରିଣାମ କଣ ହେବ ତାହା ସମସ୍ତଙ୍କୁ ଜଣା ଅଛି | ହେଲେ ମଣିପୁରରେ ଯାହା ଘଟିଲା ତାହା ନିଶ୍ଚିତରେ ପରିତାପର ବିଷୟ ବୋଲି ପିନାକୀ କହିଛନ୍ତି |

Related Posts