ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ଆପର ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହି ଦୁଇ ସାଂସଦ ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ରାଜ୍ୟସଭାକୁ ପ୍ରବେଶ କରିପାରିବେ ନାହିଁ ।
ସୂଚନା ଥାଉକି ୫ଜଣ ସାଂସଦ ଦାବି କରିଥିଲେ କି ଦିଲ୍ଲୀ ସେବା ବିଲ୍ ନେଇ ସେମାନଙ୍କ ବିନା ଅନୁମତିରେ ସିଲେକ୍ଟ କମିଟିକୁ ଯେଉଁ ପ୍ରସ୍ତାବ ପଠାଯାଇଥିଲା ସେଥିରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା । ଏହି ପ୍ରସ୍ତାବ ରାଘବ ଚଢା ଉପସ୍ଥାପନ କରିଥିଲେ । ରାଘବ ଚଢା ଯେଉଁ ୫ଜଣଙ୍କ ନାମ ଉକ୍ତ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିଜେପି ସାଂସଦ ସାମିଲ ଅଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଯାଞ୍ଚ ପାଇଁ ଦାବି କରିଥିଲେ । ଏହି ବିବାଦ ସାମ୍ନାକୁ ଆସିବା ପରେ ରାଜୃସଭାର ଉପ ସଭାପତି ଅଭିଯୋଗକାରୀଙ୍କୁ ଆଶ୍ୱସନା ଦେଇଥିଲେ କି ଏହି ମାମଲାର ଯାଞ୍ଚ କରାଯିବ ।
ସୂଚନାଯୋଗ୍ୟ ଯେ, ଅଭିଯୋଗ ଆଣିଥିବା ୫ଜଣ ସାଂସଦଙ୍କ ମଧ୍ୟରୁ ସସ୍ମିତ ପାତ୍ର (ବିଜେଡି), ନରହରୀ ଅମିନ (ବିଜେପି),ସୁଧାଂସୁ ତ୍ରିବେଦୀ (ବିଜେପି),ଫାଙ୍ଗନୋନ କୋନ୍ୟାକ (ବିଜେପି), ଥମ୍ବିଦୁରଇ (ଏଆଇଏଡିଏମକେ) ରହିଛନ୍ତି ।





