ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗା ଥିବା ଆକାଉଣ୍ଟରୁ ବ୍ଲୁ ଟିକ୍‌କୁ ହଟାଇଲା ଟ୍ୱିଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିରଙ୍ଗାକୁ ନେଇ ଟ୍ୱିଟର (ଏକ୍ସ)ରେ ଏକ ବିବାଦ ଆରମ୍ଭ ହୋଇଛି। ଆଜି ଅଗଷ୍ଟ ୧୫ ବା ସ୍ବାଧୀନତା ଦିବସ ଅବସରରେ ଲୋକମାନେ ନିଜ ଟ୍ୱିଟର ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗାର ଫଟୋ ଲଗାଇ ଦେଶପ୍ରେମ ବ୍ୟକ୍ତ କରିଛନ୍ତି। କିନ୍ତୁ ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗା ଲଗାଇଥିବା ଲୋକମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌କୁ ହଟାଇ ଦେଇଛି ଟ୍ୱିଟର।

ଏହି କ୍ରମରେ ବିସିସିଆଇ, ଉତ୍ତରପ୍ରଦେସର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯାଇଛି |

ଟ୍ବିଟର୍‌ ବା ଏକ୍ସ ମୁତାବକ, ପ୍ରୋଫାଇଲ୍‌ ଫଟୋରେ ତ୍ରିରଙ୍ଗା ଲଗାଇବା ହେଉଛି କମ୍ପାନି ନୀତିର ଉଲ୍ଲଂଘନ। ଯେଉଁଥିପାଇଁ ଟ୍ୱିଟର ବ୍ଲୁ ଟିକୁ ହଟାଇ ଦେଇଛି। କିନ୍ତୁ ଏହାପୂର୍ବରୁ ଅଗଷ୍ଟ ୧୫ ଏବଂ ଜାନୁଆରି ୨୬ ପରି ସ୍ୱତନ୍ତ୍ର ଦିନମାନଙ୍କର ଟ୍ବିଟର୍‌ ପ୍ରଚାର କରୁଥିଲା।

କିନ୍ତୁ ଏଲୋନ୍ ମସ୍କ ଟ୍ୱିଟର ଗ୍ରହଣ କରିବା ପରେ ଏହି ନୂଆ ନିୟମ ଜାରି କରାଯାଇଛି। ଏଲୋନ୍ ମସ୍କ ନକଲି ଆକାଉଣ୍ଟକୁ ରୋକିବା ପାଇଁ ପ୍ରୋଫାଇଲ୍ ଫଟୋ ଏବଂ ନାମ ପରିବର୍ତ୍ତନ ନକରିବା ପାଇଁ ଏକ ନିୟମ ଜାରି କରିଥିଲେ। ତେବେ ଡିପିରେ ତ୍ରିରଙ୍ଗା ରଖିବାରୁ ସେହି ନିମୟର ଉଲ୍ଲଂଘନ ଘଟିଛି।

ଯେଉଁମାନେ ମାସିକ ସବସ୍କ୍ରିପସନ୍ ନେଇଛନ୍ତି, ସେମାନେ ଏକ ବ୍ଲୁ ଟିକ୍ ପାଇପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ଏଥିସହ, ଯେଉଁମାନଙ୍କର ୧ ମିଲିୟନରୁ ଅଧିକ ଗ୍ରାହକ ସବ୍‌ସ୍କ୍ରାଇବର୍‌ ଅଛନ୍ତି, ସେମାନଙ୍କୁ ମାଗଣାରେ ବ୍ଲୁ ସବସ୍କ୍ରିପସନ୍ ଦିଆଯାଉଛି।

Related Posts