ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ବାଧୀନତା ଦିବସ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି । ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ୍ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ୍ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି ।
ସେପଟେ କଲେଜ ଅଧ୍ୟକ୍ଷ କହିଛନ୍ତି, କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାନ୍ତି । ତେଣୁ ଫାଟକ ବନ୍ଦ ରହିଛି । ସେପଟେ ଛାତ୍ରଛାତ୍ରୀ କହିଛନ୍ତି ସବୁଦିନ କଲେଜ ଗେଟ୍ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି । ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି । କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି ବୋଲି ଅଭିଯୋଗ ଆଣିଛନ୍ତି ।





