ଫେବ୍ରୁଆରୀ ୧୪ରୁ +2 ପରୀକ୍ଷା, ଜାନୁଆରୀରେ ପ୍ରାକ୍ଟିକାଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ଫେବ୍ରୁଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା। ମାଟ୍ରିକ ଭଳି ୬ ମାସ ଆଗରୁ ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ସୂଚନା ଅନୁଯାୟୀ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ରେଜଲ୍ଟ । ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ସୂଚୀରେ ଉଲ୍ଲେଖ ରହିଛି ।ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ ପ୍ରକ୍ରିୟା ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।

Related Posts