ଆମେଠିରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧୀ: ୟୁପି କଂଗ୍ରେସ ମୁଖ୍ୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ସମୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ନୂଆକରି ୟୁପି କଂଗ୍ରେସର ସଭାପତି ହୋଇଥିବା ଅଜୟ ରାୟ କହିଛନ୍ତି ଯେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥର ବି ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏହା ସହିତ କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ପ୍ରଶ୍ନ ଉଠିଥିଲା, ତେବେ ସେ ଏହାର ଉତ୍ତରରେ କହିଛନ୍ତି ଯେ ପ୍ରିୟଙ୍କା ଯେଉଁଠାରୁ ଚାହିଁବେ ନିର୍ବାଚନ ଲଢିପାରିବେ । ଏଥି ସହ ଅଜୟ ରାୟ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କଡ଼ା ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ସେ ୧୩ ଟଙ୍କାରେ ଏକ କିଲୋ ଲେଖାଏ ଚିନି ଦେଉଥିଲେ, ହେଲେ ଏବେ ସେ କୁଆଡେ ଗଲେ ?

ସୂଚନାଥାଉକି, ଯେ ଆମେଠି କଂଗ୍ରେସର ଏକ ଗଡ ଥିଲା, ହେଲେ ୨୦୧୯ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି କଂଗ୍ରେସ ଦୁର୍ଗରେ ପ୍ରବେଶ କରିଥିଲେ । ଏହି ଲୋକସଭା ଆସନରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଆମେଠି ଲୋକସଭା ଆସନ କଂଗ୍ରେସର ପାରିବାରିକ ଆସନ ବୋଲି ବିବେଚନା କରାଯାଏ । ଏହି ଆସନରୁ ଲୋକସଭା ନିର୍ବାଚନରେ ସଂଜୟ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ମଧ୍ୟ ବିଜୟୀ ହୋଇଛନ୍ତି । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଧ୍ୟ ଆମେଠି ଲୋକସଭା ଆସନରୁ ଲଗାତାର ତିନି ଥର ସାଂସଦ ରହିଛନ୍ତି । ହେଲେ ବର୍ତ୍ତମାନ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ସାଂସଦ ଅଛନ୍ତି ।

Related Posts