ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ । ପୁରୀ ଜିଲ୍ଲା ସତ୍ୟବାଦୀରେ ପାଣ୍ଡିଆନ୍‌ଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ସତ୍ୟବାଦୀ ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି। ପାଣ୍ଡିଆନଙ୍କ ସହ ଜିଲ୍ଲାପାଳଙ୍କ ଉପରେ ମଧ୍ୟ କାଳି ପଡ଼ିଛି। କାଳିମାଡ଼ କରିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ତେବେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ପୂର୍ବରୁ ବିରୋଧୀ ମାନେ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରୁଥିଲେ | କଳା ପୋଷାକ ପିନ୍ଧି କଳା ବେଲୁନ ଉଡାଇ ବିରୋଧ କରାଯାଉଥିଲା | ହେଲେ ପ୍ରଥମଥର ପାଇଁ ତାଙ୍କ ସଭାରେ କଡା ସୁରକ୍ଷାବଳୟ ମଧ୍ୟରେ କାଳିମାଡ଼ ହୋଇଛି| ତେବେ ସମ୍ପୃକ୍ତ ବ୍ୟକ୍ତି କାହିଁକି କାଳିମାଡ଼ କଲେ ଓ ସେ କେଉଁ ଦଳର ସେନେଇ ସୂଚନା ମିଳିପାରିନାହିଁ |

Related Posts