ପଞ୍ଚଭୂତରେ ବିଲୀନ ହେଲେ ଅରୁଣ ଜେଟଲୀ

ସତ୍ୟପାଠ ବ୍ୟୁରୋ : ପଞ୍ଚଭୂତରେ ବିଲୀନ ହେଲେ ଅରୁଣ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀର ନିଗମବୋଧ ଘାଟରେ ଅରୁଣଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରୋହନ ଜେଟଲି ମୁଖାଗ୍ନି ଦେବା ସହ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅରୁଣ । ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବା ପୂର୍ବରୁ ପାର୍ଥିବ ଶରୀରକୁ କୈଳାଶ କଲୋନିସ୍ଥିତ ତାଙ୍କ ନିବାସରୁ ପୂର୍ବାହ୍ଣ ୧୦ଟା ୩୦ରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା।

ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ତଥା ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅନେକ ଗୁଡ଼ିଏ ନେତା, ମନ୍ତ୍ରୀ, କର୍ମକର୍ତ୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ।

Related Posts