ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବିକ୍ସରେ ସାମିଲ୍ ହେବେ ଆଉ ୬ ଦେଶ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ୬ ଦେଶକୁ ସଂଗଠନ ସହ ଜଡ଼ିତ ହେବା ଲାଗି ଆମନ୍ତ୍ରଣ କରାଯାଇଛି । ଆର୍ଜେଣ୍ଟିନା, ସାଉଦି ଆରବ, ୟୁଏଇ, ଇଜିପ୍ଟ, ଇଥିଓପିଆ ଓ ଇରାନ୍ ବ୍ରିକ୍ସରେ ସାମିଲ୍ ହେବେ । ତାଙ୍କର ସଦସ୍ୟତା ୧ ଜାନୁଆରୀ ୨୦୨୪ରୁ ଲାଗୁ ହେବ । ବ୍ରିକ୍ସରେ ଏବେ ୫ ଦେଶ ‘ବି’ରେ ବ୍ରାଜିଲ, ‘ଆର’ରେ ଋଷ, ‘ଆଇ’ରେ ଇଣ୍ଡିଆ, ‘ସି’ରେ ଚୀନ ଓ ‘ଏସ’ରେ ସାଉଥ ଆଫ୍ରିକା ସାମିଲ ଥିଲେ ।ଏବେ ୬ ଦେଶ ନୂଆ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଛିଯିବ ।
ବ୍ରିକ୍ସରେ ସାମିଲ୍ ଲାଗି ଆମନ୍ତ୍ରଣ କରାଯାଇଥିବା ୬ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ସବୁବେଳେ ବ୍ରିକ୍ସର ସମ୍ପ୍ରସାରଣକୁ ସମର୍ଥନ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମସ୍ତ ଦେଶ ଭାରତର ସମ୍ପର୍କ ଘନିଷ୍ଠ ଓ ଐତିହାସିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିଭଳି ଚୀନ ରାଷ୍ଟ୍ରପତି କହିଛନ୍ତି, ବ୍ରିକ୍ସରେ ସବୁ ଦେଶ ଗୁରୁତ୍ୱ ରଖେ । ସଂଗଠନରେ ନୂଆ ସଦସ୍ୟ ସାମିଲ୍ ହେବା ଐତିହାସିକ ଅଟେ । ଏହା ବ୍ରିକ୍ସର ନୂଆ ଆରମ୍ଭ । ସଂଗଠନର ଭବିଷ୍ୟ ଉଜ୍ଜ୍ୱଳ । ମୋର ଭରସା ଅଛି, ଆମେ ଯେଉଁ ଉଦ୍ଦେଶ୍ୟରେ ଆଗକୁ ବଢ଼ୁଛୁ, ଭଲ କରିବୁ ।
୧୪ ବର୍ଷ ତଳେ ୨୦୦୯ ମସିହାରେ ଆରମ୍ଭ ହୋଇଥିବା ବ୍ରିକ୍ସର ଚଳିତ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯାହାର ବଡ଼ କାରଣ ବ୍ରିକ୍ସରେ ସାମିଲ୍ ହେବା ଲାଗି ୪୦ ଦେଶଙ୍କ ଆଗ୍ରହ । ପ୍ରାୟ ୪୦ ଦେଶ ବ୍ରିକ୍ସରେ ସାମିଲ୍ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ସାଉଦି ଆରବ, ତୁର୍କୀୟେ, ପାକିସ୍ତାନ ଓ ଇରାନ୍ ଆଦି ୪୦ ଦେଶ ବ୍ରିକ୍ସରେ ସାମିଲ୍ ଲାଗି ଇଚ୍ଛୁକ ରହିଥିବା ବେଳେ ୬ ଦେଶଙ୍କୁ ଆମନ୍ତ୍ରଣ କରାଯାଇଛି ।





