ଚନ୍ଦ୍ରରୁ ଆସିଲା ନୂଆ ଫଟୋ; ୪ମିଟର ବ୍ୟାସର ଗର୍ତ୍ତ ଦେଖି ରାସ୍ତା ବଦଳାଇଲା ରୋଭର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚନ୍ଦ୍ରରୁ ଆସିଲା ନୂଆ ଫଟୋ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ କେଉଁଭଳି ଭାବେ ରୋଭର ଚନ୍ଦ୍ରପୃଷ୍ଠରେ ଆଗକୁ ବଢିଥିଲା, ତାହାର ଚିତ୍ର ଜାରି କରିଛି ଇସ୍ରୋ । ରୋଭରରେ ଖଞ୍ଜିତ କ୍ୟାମେରାରେ ତାର ଗତିପଥର ଚିତ୍ର କଏଦ ହୋଇଛି । ସବୁଠାରୁ ବଡ କଥା ହେଉଛି ଏକ ବଡ ଗାତରେ ରୋଭର ପଡିଯିବାର ଆଶଙ୍କା ଦେଖାଦେଇଥିଲା । ହେଲେ ୪ ମିଟର ବ୍ୟାସ ବିଶିଷ୍ଟ ଏହି ଗାତରେ ପଡିବା ପୂର୍ବରୁ ପୁଣିଥରେ ପଛକୁ ଫେରି ନୂଆ ବଟାରେ ଯାଇଥିଲା ରୋଭର । ଆଉ ପଛକୁ ଫେରିବା ପରେ ଚନ୍ଦ୍ରପୃଷ୍ଠରେ କିପରି ଦାଗ ଛାଡି ଛାଡି ଯାଇଛି ତାହାର ଚିତ୍ର ମଧ୍ୟ କଏଦ କରିଥିଲା ରୋଭରରେ ଖଂଜିତ କ୍ୟାମେରା ।

ରୋଭରର ନ୍ୟାଭିଗେସନ୍ କ୍ୟାମେରା ଅଗଷ୍ଟ ୨୭ ତାରିଖରେ ଏହି ଫଟୋ କଏଦ ହୋଇଛି । ଯାହାକୁ ପ୍ରଥମେ ଲ୍ୟାଣ୍ଡର ଏବଂ ପରେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅର୍ବିଟର ଜରିଆରେ ଏହି ଫଟୋ ସାଟେଇଲଟ୍‌କୁ ପଠାଯାଇଛି । ପରେ ଇସ୍ରୋ ଏହି ଫଟୋକୁ ଜାରି କରିଛି ।

Related Posts