‘ଇଣ୍ଡିଆ ବଦଳରେ ଭାରତ ଲେଖିବାର କ’ଣ ଆବଶ୍ୟକତା ପଡିଲା?’: କେନ୍ଦ୍ରକୁ ପ୍ରଶ୍ନ କଲେ ମମତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ ଦଳମାନେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଦେଶର ନାମ ପରିବର୍ତ୍ତନ କରୁଥିବା ସେ ଅଭିଯୋଗ କରିଛନ୍ତି। “ହିନ୍ଦୀରେ ଆମେ ସମସ୍ତେ ‘ଭାରତ’ କହୁଛୁ, ଏଥିରେ ନୂଆ କ’ଣ? ସାରା ବିଶ୍ୱ ‘ଭାରତ’ ନାମ ଜାଣେ, ହଠାତ୍ ଏମିତି କ’ଣ ହେଲା ଯେ ସେମାନଙ୍କୁ (କେନ୍ଦ୍ର ସରକାରଙ୍କୁ) ଦେଶର ନାମ ବଦଳାଇବାକୁ ପଡ଼ିଲା?” ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦୀ ସରକାର ଦେଶର ନାମ ପରିବର୍ତ୍ତନ କରୁଥିବା ଅଭିଯୋଗ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଆଜି ସେମାନେ (କେନ୍ଦ୍ର ସରକାର) ଭାରତର ନାମ ପରିବର୍ତ୍ତନ କରିଛନ୍ତି। ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ଭାରତ’ ଲେଖା ଯାଇଛି | ଇଂରାଜୀରେ ଆମେ ଇଣ୍ଡିଆ ଓ ଇଣ୍ଡିଆନ କନଷ୍ଟିଚ୍ୟୁସନ କହିଥାଉ ଏବଂ ହିନ୍ଦୀରେ ଆମେ ଭାରତର ସମ୍ବିଧାନ କହିଥାଉ । ଆମେ ସମସ୍ତେ ‘ଭାରତ’ କହିଥାଉ, ଏଥିରେ ନୂଆ କ’ଣ? କିନ୍ତୁ ଭାରତ ନାମ ସାରା ବିଶ୍ୱ ଜାଣେ । ହଠାତ୍ ଏମିତି କ’ଣ ହେଲା ଯେ ସେମାନଙ୍କୁ ଦେଶର ନାମ ବଦଳାଇବାକୁ ପଡ଼ିଲା? ବୋଲି ସେ ପ୍ରଶ୍ନ କରିଛନ୍ତି |

Related Posts