ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ। ଏହାପରେ ସେପ୍ଟେମ୍ବର ୧୯ ଅର୍ଥାତ ଗଣେଶ ପୂଜାରୁ ନୂଆ ବିଲଡିଂରେ ସାଂସଦମାନେ ବସିବେ। ନୂଆ ବିଲଡିଂରେ ହିଁ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି।
ତେବେ କେନ୍ଦ୍ର ସରକାର ହଠାତ୍ ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ୫ ଦିନ ଧରି ବସିଥିବାକୁ ଥିବା ଏହି ଅଧିବେଶନର ଏଜେଣ୍ଡା ସରକାର ଏଯାଏ ସାର୍ବଜନୀନ କରିନାହାନ୍ତି।ତେବେ ରିପୋର୍ଟ ଅନୁଯାୟୀ, ସରକାର ୱାନ ନେଶନ, ୱାନ ଇଲେକ୍ସନ, ମହିଳା ସଂରକ୍ଷଣ ବିଲ, ଦେଶର ନାଁ ଇଣ୍ଡିଆ ବଦଳରେ କେବଳ ଭାରତ ଓ ଏକକ ନାଗରିକ ସଂହିତା ବିଲ୍ ଗୃହରେ ଉପସ୍ଥାପନ କରି ପାରନ୍ତି ବୋଲି କୁହାଯାଉଛି।





