ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷରେ ଚାଷୀଙ୍କ ବଡ ବିଜୟ ହୋଇଛି: ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପୁରୀରେ ଆସନ୍ତା ୯ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଦିନିକିଆ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି। ଏଠାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ସେ କହିଛନ୍ତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷରେ ଚାଷୀଙ୍କ ବିଜୟ ହୋଇଛି। ଓଡ଼ିଶା ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ, କୋଣାର୍କ ବେଳାଭୂମି ଅଞ୍ଚଳରେ ପ୍ରାୟ ୬ହଜାର ଏକର ଚାଷଜମୀ ଅତି କମ୍ ମୂଲ୍ୟରେ ଅଧିଗ୍ରହଣ କରିଥିଲେ। ଏହାଦ୍ୱାରା ୬ହଜାର ପରିବାର ଓ ୩୦ ହଜାର ଲୋକେ ସିଧାସଳଖ ପ୍ରଭାବିତ ହୋଇଥିଲେ।

ଓଡ଼ିଶାର ମାଟି ତଳେ ଥିବା ଲୁହା ପଥରର ଯେମିତି ଉତ୍ତୋଳନ କରାଯାଉଛି, ତା’ ଉପରେ କଟକଣା ନ ଲାଗିଲେ ଆଗାମୀ ୨୦ ବର୍ଷରେ ଶେଷ ହୋଇଯିବ। ଏହାସହ ଖଣି ଖନନ ଉପରେ ରୋକ୍ ଲଗାଇବାକୁ ନିବେଦନ କରିବା ପରେ ସୁପ୍ରିମକୋର୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ମାଟି ତଳେ ଥିବା ଖଣି ସୀମିତ ପରିମାଣରେ ରହିଛି। ଆମେ ଚାହିଁଲେ ଖଣିକୁ ନିଜ ଇଚ୍ଛାରେ ବଢ଼ାଇ ପାରିବା ନାହିଁ କି ତିଆରି କରିପାରିବା ନାହିଁ। ଅର୍ଥାତ ମାଟି ତଳେ ଥିବା ଖଣିର ପରିମାଣ ସୀମିତ। ତେଣୁ ଏହାକୁ ମନଇଚ୍ଛା ଉତ୍ତୋଳନ କଲେ ଦିନେ ନା ଦିନେ ଶେଷ ହୋଇଯିବ। ଏହାକୁ ତୁରନ୍ତ ବନ୍ଦ କରାଯିିବା ଉଚିତ୍ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି।

Related Posts