ଜି-୨୦ ସମ୍ମିଳନୀ: ଭାରତ ମଣ୍ଡପମ ସ୍ୱାଗତ ସ୍ଥଳରେ ଐତିହ୍ୟ କୋଣାର୍କ ଚକ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱ ଦେଖୁଛି ଭାରତର ଶକ୍ତି। ଆଜି ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ ।ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ରହିଛି ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଦିନ ୧୦ଟା ୩୦ରେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା କରାଯିବ । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟାରେ ଦ୍ୱିତୀୟ ଅଧିବେଶନରେ ‘ୱାନ୍ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରିଭୋଜନ ପାଇଁ ପହଞ୍ଚିବେ ଅତିଥି । ରାତି ୮ଟାରେ ରାତ୍ରିଭୋଜନ ବେଳେ ଅତିଥିଙ୍କ ଆଲୋଚନା ରହିଛି ।

Related Posts