ଜି-୨୦ ଅବସରରେ ରାଷ୍ଟ୍ରପତିଙ୍କ ଡିନରପାର୍ଟିକୁ ମୁଖ୍ୟମନ୍ତ୍ରୀ ନ ଯିବା ନେଇ ଟାର୍ଗେଟ କଲେ ଜୟନାରାୟଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ଡିନରପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାକୁ ନେଇ, ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ସେ କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ ଭଉଣୀ ବୋଲି କହିଥିଲେ, ହେଲେ, ଏବେ ଡାକିଥିବା ଡିନରପାର୍ଟିକୁ ସେ ଗଲେନି । ତେବେ ବଡ ବଡ ଲୋକଙ୍କ ଭିତରେ ନିଜର ଗୁରୁତ୍ୱ ନଥିବା ଭାବି ବୋଧ ହୁଏ ନବୀନ ଯାଇନଥିବା ଜୟନାରାୟଣ କଟାକ୍ଷ କରିଛନ୍ତି ।

ସେହିପରି, ରାଜ୍ୟର ନାରୀ ନିର୍ଯାତନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟନାରାୟଣ । ସେ କହିଛନ୍ତି ଯେ ନବୀନ ବାବୁଙ୍କ ମନରେ ହୀନମନ୍ୟତା ଅଛି କାରଣ ତାଙ୍କ ପାଖରେ ଦକ୍ଷତା ଓ ଯୋଗ୍ୟତା ନ ଥାଏ | ଯେତେଦୂର ଲାଗୁଛି ହୀନମନ୍ୟତା ଯୋଗୁଁ ନବୀନ ଯାଇନାହାନ୍ତି | ଏତେ ବଡ ବଡ ଲୋକଙ୍କ ପାଖରେ ବସିବାକୁ ଯୋଗ୍ୟତା ନଥିବା ଭାବି ଗଲେ ନାହିଁ | ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ, ମୁଣ୍ଡପିଛା ଆୟରେ ଆମେ ତଳେ | ତେଣୁ ନବୀନ ନ ଯିବାଟା ବି ଏକପ୍ରକାର ଭଲ, ଓଡ଼ିଶାର ସମ୍ମାନ ରହିଗଲା |

Related Posts