ଜିଲ୍ଲାପାଳଙ୍କ ‘ଟି-ସାର୍ଟ’କୁ ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା, ‘ସାଲ୍ୟୁଟ୍’ ଫଟୋ ଦେଖାଇ କାଉଣ୍ଟର କଲେ ସସ୍ମିତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବା ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀ-ସସ୍ମିତ ପାତ୍ର ମୁହାଁମୁହିଁ। ସୋସିଆଲ ଫ୍ଲାଟଫର୍ମ ଏକ୍ସରେ ଟକ୍କର। ଏକ ସରକାରୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଏକ ଟି ସର୍ଟକୁ ନେଇ ମନ୍ତବ୍ୟ ରଖିଥିଲେ ଅପରାଜିତା। ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥାଇ ଟି ସର୍ଟ ପିନ୍ଧିଥିଲେ ଜିଲ୍ଲାପାଳ ବିନିତ ଭରଦ୍ୱାଜ। ଏହାକୁ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।ଯେସା କୁ ତେସା ନ୍ୟାୟରେ କଡ଼ା ଜବାବ ରଖିଛନ୍ତି ସାଂସଦ ସସ୍ମିତ ପାତ୍ର। ମଧ୍ୟପ୍ରଦେଶରେ ଆରଏସଏସର ଏକ କାର୍ଯ୍ୟକ୍ରମରେ ଦୁଇ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ସାଲ୍ୟୁଟ୍ କରୁଥିବା ଫୋଟୋ ସେୟାର କରିଛନ୍ତି ସସ୍ମିତ ପାତ୍ର।

ଅପରାଜିତାଙ୍କୁ ଜବାବ ଦେଇ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାପାଳ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାକୁ ନେଇ ବଡ଼ ପ୍ରସଙ୍ଗ କରୁଛ। ଦୟାକରି ମଧ୍ୟପ୍ରଦେଶର ପ୍ରଶାସନିକ ଅଧିକାରୀଙ୍କୁ ଦେଖନ୍ତୁ। ଏହି ଖବର ନେଇ କଣ ମନ୍ତବ୍ୟ ରଖିବେ ବୋଲି ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର। ମଧ୍ୟପ୍ରଦେଶର ଯେଉଁ ଫୋଟୋ ଟି ରହିଛି ତାହା ଜୁନ ୧୧ରେ ଅନୁଷ୍ଠିତ ହୋଇଥିବା ଆରଏସଏସର ସମର୍ପଣ ସମାରୋହର କାର୍ଯ୍ୟକ୍ରମର। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଅନୁରାଗ ବର୍ମା ଏବଂ ମ୍ୟୁନିସିପାଲ କମିଶନର ରାଜେଶ ସାହି ଯୋଗ ଦେଇଥିଲେ। ରାଜନୈତିକ କାର୍ଯ୍ୟକ୍ରମରେ ଅଧିକାରୀ ଯୋଗ ଦେଇଥିବାରୁ ସେ ସମୟରେ ମଧ୍ୟପ୍ରଦେଶ କଂଗ୍ରେସ ଆପତ୍ତି ଉଠାଇ କେନ୍ଦ୍ରକୁ ଅବଗତ କରାଇଥିଲା।

Related Posts