ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଟିମ୍: ଆସନ୍ତାକାଲି ନିର୍ବାଚନ ପ୍ରସ୍ତୁତି ନେଇ କରିବେ ସମୀକ୍ଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ସନ୍ଧ୍ୟାରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଟିମ । ଆସନ୍ତାକାଲି ଖାରବେଳ ଭବନରେ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ ହେବ । ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେବ । ଆସନ୍ତାକାଲି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ।

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଚାଲିଛି । ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି ।

ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ହେବ ଯାଞ୍ଚ । ଏହି ଅବସରରେ ସେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ କମିଶନ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସିଇଓଙ୍କ ଏପରି ସୂଚନା ଆଗୁଆ ନିର୍ବାଚନ ସମ୍ଭାବନାକୁ ଆହୁରି ବଢାଇ ଦେଇଛି । ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

Related Posts