ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି : ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆନ୍ଦୋଳନରତ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି । ଧାରଣା ପାଇଁ ଅନୁମତି ନେଇ ନାହାଁନ୍ତି ଅଧିକାଂଶ ଶିକ୍ଷକ । ସମସ୍ତ DEO, BEOଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି । ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ଚିଠିରେ ତୁରନ୍ତ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବାକୁ ଅପିଲ କରିଛନ୍ତି । ଏହା ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ । ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ସେପଟେ ୩ ଦଫା ଦାବି ନେଇ ଧାରଣାରେ ଶିକ୍ଷକ । ଦାବି ପୂରଣ ନହେଲେ ସ୍କୁଲ କୁ ଫେରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ୩ ଦଫା ଦାବିଗୁଡିକ ମଧ୍ୟରୁ ପ୍ରଥମଟି ହେଲା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟକାଳକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡେର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା । ଦ୍ୱତୀୟ ଦାବିଟି ହେଲା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ଼ ପେ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓ ତୃତୀୟ ଦାବି ହେଲା ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁଣିଥରେ ପ୍ରଚଳନ କରାଯିବା ଦାବିରେ ଶିକ୍ଷକମାନେ ଏହି ଗଣଧାରଣାରେ ଦୀର୍ଘ ୪ ଦିନ ଧରି ବସିଛନ୍ତି ।

Related Posts