ବଲାଙ୍ଗୀରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ, ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗୀରରେ ସବୁ ସ୍କୁଲ ଛୁଟି । ସରକାରୀ, ବେସରକାରୀ ସ୍କୁଲ ସହ ସବୁ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା । ସବୁ ସ୍କୁଲ ଛୁଟି ନେଇ ବଲାଙ୍ଗୀର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ।

ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ଓ ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି ।

ସେପଟେ, କଳାହାଣ୍ଡି ମଦନପୁର ରାମପୁର ୧୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଥିରାମୁପରରେ ୧୫୮ ମିଲିମିଟର, ବୌଦ୍ଧ କଂଟାମାଳରେ ୧୫୮ ମିଲିମିଟର ଓ ଭୁବନେଶ୍ୱରରେ ୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ପାଇଁ ଆଜି ବରଗଡ଼, ବୌଦ୍ଧ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯିବ । ପ୍ରବଳ ବର୍ଷା ଯୋଗୁ ଅକସ୍ମାତ୍ ବନ୍ୟା ସୃଷ୍ଟି ହୋଇପାରେ । ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Related Posts