ବିହାରରେ ୬୩% ପଛୁଆ ବର୍ଗ; ଜାତିଗତ ଜନଗଣନା ରିପୋର୍ଟ ଜାରି କଲେ ନୀତିଶ ସରକାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ବିହାରର ଜାତିଗତ ଜନଗଣନାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ବିହାରମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂହ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଜାତିଗତ ଜନଗଣନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଜରିଆରେ ବିହାରର ଜାତିଗତ ଜନଗଣନାର ତଥ୍ୟ ସାର୍ବଜନୀନ କରାଯାଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଓବିସି ଓ ଇବିସି (ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗ)ଙ୍କୁ ମିଶାଇ ମୋଟ ପଛୁଆ ବର୍ଗ ରାଜ୍ୟର ମୋଟ ଜନସଂଖ୍ୟାର ୬୩ ପ୍ରତିଶତ ଅଟନ୍ତି। ସେହିପରି ସାଧାରଣ ବର୍ଗଙ୍କ ଜନସଂଖ୍ୟା ୧୫.୫୨ ପ୍ରତିଶତ ଅଟେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିହାରରେ ୮୨% ହିନ୍ଦୁ, ୧୭. ୭% ମୁସଲମାନ, .୦୫% ଖ୍ରୀଷ୍ଟିଆନ, .୦୮% ବୌଦ୍ଧ, ଏବଂ .୦୦୧୬%ଙ୍କ କୌଣସି ଧର୍ମ ନାହିଁ ।

ବିହାରରେ ଜାତିଗତ ଜନଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପଦକ୍ଷେପ ନେଇଛନ୍ତି। ବିହାରରେ ଜାତିଗତ ଜନଗଣନା କରିବା ପାଇଁ ନୀତୀଶ କୁମାର କ୍ରମାଗତ ଭାବେ ବୈଠକ କରୁଥିଲେ। ଜାତିଗତ ଜନଗଣନା କୁ ନେଇ ସେ ଅନେକ ଥର କେନ୍ଦ୍ର ସରକାରଙ୍କ ସହ କଥା ହେବା ସହ ସାରା ଦେଶରେ ଜାତିଗତ ଜନଗଣନା କରିବାକୁ ଦାବି କରିଛନ୍ତି । ଏବେ ରାଜ୍ୟରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଏହାର ପ୍ରଭାବ ଆଗାମୀ ଦିନରେ ବିହାର ରାଜନୀତିରେ ମଧ୍ୟ ଦେଖିବାକୁ ମିଳିପାରେ।

Related Posts