ଏସସିବି ମେଡିକାଲର ଅବ୍ୟବସ୍ଥାରୁ ରାଜ୍ୟର ସ୍ଵାସ୍ଥ୍ୟ ବ୍ୟବସ୍ଥା କଣ ତାହା ଜାଣି ହେଉଛି: ବିଜେପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ଦିନ ହେଲା ବିଦ୍ୟୁତ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଆଜି ଏସସିବି ଆଖିରେ ଲୁହ। ମେଡିସିନ, ନିଦାନ ବିଭାଗରେ ଲାଇଟ ନାହିଁ। ଗତକାଲିଠାରୁ ପାଣି ମଧ୍ୟ ନାହିଁ। ରାଜ୍ୟର ଶାସନ ବ୍ୟବସ୍ଥା କେଉଁଠି ଅଛି? ଉପାନ୍ତ ଅଞ୍ଚଳରେ କ୍ୟାଣ୍ଡେଲ ଲାଇଟରେ ଉପଚାର କଥା ଦେଖୁଥିଲୁ। ଯଦି ଏସସିବିର ଅବସ୍ଥା ଏଇୟା, ତେବେ ରାଜ୍ୟର ସ୍ଵାସ୍ଥ୍ୟ ବ୍ୟବସ୍ଥା କଣ ତାହା ଏସସିବି ଜଣାଇ ଦେଉଛି। ନୈତିକତା ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଉଚିତ। ଯେବେଠୁ ଅମଲା ଶାସନ ଚାଲିଛି, ସେବେଠୁ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି । ରାଜ୍ୟର ପରିଚୟ ଏସସିବି ମେଡିକାଳ କଲେଜ ଓ ହସ୍ପିଟାଲର ଆଖିରେ ଆଜି ଲୁହ ବୋଲି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ମନୋଜ |

Related Posts