ନୂଆପଡ଼ାରେ ମାତିଛି ମଣିଷଖିଆ ବାଘ; ୭ ବର୍ଷର ଶିଶୁ ପରେ ଗୁହାଳରେ ପଶି ଖାଇଲା ଗାଈ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ରେ ପୁଣି ବାଘ ଆତଙ୍କ | ସୁନାବେଢା ଅଭୟାରଣ୍ୟରେ ମାତିଛି ମଣିଷଖିଆ ବାଘ | ଗତକାଲି ସନ୍ଧ୍ୟାରେ ଏକ 7 ବର୍ଷର ଶିଶୁକୁ ବାଘ ଝାମ୍ପିନେଇଥିଲା । ଏହି ଅଭାବନୀୟ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିବା ବେଳେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଏକ ଗାଈକୁ ମାରି ଖାଇଛି ବାଘ।

ସୂଚନା ଅନୁସାରେ ସୋମବାର ସଂଧ୍ୟାରେ ଗୋଧସପଡାର ହୁମନ ଧରୁଆଙ୍କ 7 ବର୍ଷର ପୁଅ ଡମ୍ବରୁ ଧାରୁଆ ଗାଁ ଦାଣ୍ଡରେ ଖେଳୁଥିବାବେଳେ, ୨ଟି ବାଘ ଆସି ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀମାନେ ବାଘକୁ ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଗତକାଲି ରାତିରେ ଏକ ଗାଈ କୁ ମଧ୍ୟ ବାଘ ମାରି ଖାଇଥିବାର ଅଭଯୋଗ ହୋଇଛି |

ସେପଟେ ଖବର ପାଇ ବନ କର୍ମଚାରୀମାନେ ଗାଁରେ ପହଞ୍ଚି, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ଆଣି ଥିବାବେଳେ ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି | ଗାଁରେ ଏବେ ବନ କର୍ମଚାରୀମାନେ ପଇଁତରା ଦେଉଥିବାବେଳେ ଗ୍ରାମବାସୀମାନେ ଭୟବିତ ଅବସ୍ଥାରେ ରହିଛନ୍ତି |

Related Posts