କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟେକ ଗ୍ରାମପଞ୍ଚାୟତରୁ ବ୍ଲକକୁ ଗଡ଼ିବ ଲକ୍ଷ୍ମୀ ବସ୍ ।

ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସରେ କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ଏଣିକି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କ ପାଖରେ ରହିବ ଶକ୍ତି ଓ ସାମର୍ଥ୍ୟ। ଯେଉଁ ଜିଲ୍ଲା ଅପହଞ୍ଚ ଜିଲ୍ଲା ଭାବେ ପରିଚିତ ଥିଲା, ସେହି ଜିଲ୍ଲାରେ ଏବେ ବିକାଶର ବସ୍ ଗଡ଼ିବ। ସବୁଠୁ ବଡ଼ କଥା ହେଉଛି ଏହି ଲକ୍ଷ୍ମୀ ବସକୁ ସଫଳ କରିବାରେ ବଡ଼ ଭୂମିକା ଗ୍ରହଣ କରିବେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ମହିଳା। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ମିଳିବ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସାମଗ୍ରୀ ନେବା ଆଣିବା କରିବାରେ ବ୍ୟବସାୟୀଙ୍କୁ ଏଣିକି କୌଣସି ସମସ୍ୟା ହେବନି।

ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ଅବସରେ କଳାହାଣ୍ଡି ୟୁନିଭର୍ସିଟିର ନାମ ବଦଳାଇ ‘ମା’ ମାଣିକେଶ୍ବରୀ ୟୁନିଭର୍ସିଟି କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related Posts