କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେ ସୋମାଲିକା, ଆସିଲେନି ବିଜୟଶଙ୍କର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ବିବାଦ ମାମଲାରେ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେ ସୋମାଲିକା ଦାଶ। ହେଲେ ବିଜୟଶଙ୍କର ଦାସ ଓ ତାଙ୍କ ଭାବିପତ୍ନୀ ପ୍ରତ୍ୟୁଷା ନନ୍ଦ ହଜାର ହୋଇନାହାନ୍ତି। ଆଜି ୩ ଜଣଙ୍କୁ ହାଜର ହେବା ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ନୋଟିସ୍‌ ହୋଇଥିଲା।

ସୋମାଲିକା ଆଜି ହାଜର ହୋଇ ନିଜର ପକ୍ଷ ରଖିବା ସହ ପ୍ରତ୍ୟୁଷା ପୂର୍ବରୁ ବିବାହିତା ବୋଲି ଯୁକ୍ତି ବାଢିଥିଲେ। ତେବେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ଦାଖଲ କରିବାକୁ ପଞ୍ଜିକରଣ ଅଧିକାରୀ କହିଥିଲେ। ସେଥିପାଇଁ ଦୁଇ ସପ୍ତାହ ସମୟ ଦେବାକୁ ସୋମାଲିକା ଅନୁରୋଧ କରିଥିଲେ। ଆସନ୍ତା ତାରିଖରେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ସହ ପୁନର୍ବାର ହାଜର ହେବାକୁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ନିଜ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ସାକ୍ଷଗ୍ରହଣ କରିବାକୁ ସୋମାଲିକା ଆବେଦନ କରିଛନ୍ତି। ସେହି ସାକ୍ଷୀମାନଙ୍କୁ ହାଜର ହେବାକୁ ନୋଟିସ୍‌ ହେବ ବୋଲି ପଞ୍ଜିକରଣ ଅଧିକାରୀ କହିଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।

Related Posts